Home » Literature » ସଂକ୍ରାନ୍ତି ପୁରୁଷ ଫକୀର ମୋହନଂକ ପୁଣ୍ୟଭୂମିର କବି ଡକ୍ଟର ଶୁଭଶ୍ରୀ ଲେଂକା
suv

ସଂକ୍ରାନ୍ତି ପୁରୁଷ ଫକୀର ମୋହନଂକ ପୁଣ୍ୟଭୂମିର କବି ଡକ୍ଟର ଶୁଭଶ୍ରୀ ଲେଂକା

ଏତେ ଚିହ୍ନା ସେ ରାଜ୍ୟ ଓ ରାଜ୍ୟ ବାହାରେ , ନିଜ ଭିତରେ ..ନିଜ ବାହାରେ ,ଖୋଲା ଆକାଶତଳେ ପୁଣି ମହା ମହଲରେ ,ମଂଚ ଉପରେ ମଂଚତଳେ , ଗହଣରେ ଆଉ ଗାରିମାରେ …ଯାହାର ବିସ୍ତାର ହେବ ଏକ ବିସ୍ତୃତ ଆଲେଖ୍ୟ | ପ୍ରତିଭା ପ୍ରମାଣରେ ସେ ବର୍ଣିଳ ବିଭାବରୀ , ସଂଗଠନ ର ସୁଗଠନରେ ସେ ପ୍ରତିବେଦିତା ସୂର୍ଯ୍ୟସ୍ନାତା,ବାଗ୍ମୀପଣରେ ସେ ବେଶ୍ ଏକ ବିଳସିତ ଶବ୍ଦ ସ୍ୱର , ମାନବୀୟ ସଂବେଦନ ଶୀଳତାର ଶୀଳ ବିସ୍ତାରରେ ସେ ଅନନ୍ୟା ଶୁଭଶ୍ରୀ | କଥା କିଂବଦନ୍ତୀର କାହାଣୀ ଭୂମି ,ସଂକ୍ରାନ୍ତି ପୁରୁଷ ଫକୀର ମୋହନଂକ ପୁଣ୍ୟଭୂମିର ସେ ପୁଣ୍ୟଶୀଳା ଓଡିଆ ସାହିତ୍ୟର ଅଭିନବ ବିସ୍ତାରରେ ସେ ରାଜ୍ୟ ଓ ରାଜ୍ୟ ବାହାରେ 11.11.2011 ରୁ 351 ସଂବାଦ ସାହିତ୍ୟ ଘରର ସଂଚାଳନରେ ସେ ଭାଗ୍ୟବତୀ ସଫଳ ସଂଯୋଜିକା | ସଂବାଦ ସାହିତ୍ୟ ଘର କୁ ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ସଫଳ ଓ ସମର୍ଥ ନିୟୋଜନରେ ଏକ ଆନ୍ଦୋ ଳନରେ ପରିଣତ କରିଥିବା ସେ ଏକ ପ୍ରଖର ପ୍ରତିଭା | ସୁଦୀର୍ଘ ତିନି ଦଶନ୍ଧିର ସେ ଏକ ନିରଳସ କାବ୍ୟ ସ୍ୱର | ସମାଜ , ସାହିତ୍ୟ ବାଦ୍ ସାହିତ୍ୟର ଗବେଷଣା ଓ ସମାଜର ସଂସ୍କାରିକ ବ୍ୟବଚ୍ଛେଦରେ ସେ ଜଣେ ଗଭୀର ଅଥଚ ତ୍ୱରିତ୍ ପ୍ରତିକ୍ରିୟା | ଓଡିଆ ଉପନ୍ୟାସରେ ସଂଗ୍ରାମର ଚିତ୍ର ……. ଗବେଷଣା ଗ୍ରନ୍ଥ ତାଂକ ଧୂରୀଣ ଗବେଷଣାର ଧ୍ରୂପଦୀ | ଏଥିରେ ସେ ଡକ୍ଟରେଟ ଡିଗ୍ରୀ ଲାଭ କରିଛନ୍ତି ବିଶ୍ୱବିଦ୍ୟାଳୟରୁ |
ରାଜ୍ୟ ସରକାରଂକ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ତାଂକ ସଂପୃକ୍ତି ତାଂକର ସମାଜ ପ୍ରତି ନିହିତ ସେବାପରାୟଣତାର ପାରାୟଣ ମାତ୍ର | ଓଡିଶା ର ସାହିତ୍ୟ ସଂସ୍କୃତି ର ପ୍ରସାର ,ପ୍ରଚାର ଓ ବିସ୍ତାରଭୂମିରେ ତାଂକ ସହଭାଗୀତା ବେଶ୍ ଚର୍ଚିତ ଓ ପ୍ରତିବେଦିତ |ବିବିଧ ସେବାକାର୍ଯ୍ୟରେ ସେ ନିରାସକ୍ତ ତାପସୀ | ବଂଚିବା ପାଇଁ ବୃତ୍ତି, ଆଗେଇବା ପାଇଁ ପ୍ରବୃତ୍ତିକୁ ପ୍ରଚାର ସ୍ତରକୁ ନେବାକୁ ସେ ବିମୁଖ ଅଥଚ ନିଜ ଭାବରେ ସେ ନିୟତ କ୍ରିୟାଶୀଳ |ତାଂକ ସାରସ୍ୱତ ପ୍ରତିବଦ୍ଧତା ଓ ସାମାଜିକ ଦାୟବଦ୍ଧତା ପ୍ରତି ସେ ଖୁବ୍ ବେଶୀ ସମୟପ୍ରାଣ , ସଚେତନ ଓ ସମର୍ପିତ |ସାହିତ୍ୟପ୍ରାଣା ….କଲେଜ ଜୀବନରୁ | କବିତାରୁ ଆରମ୍ଭ ହୋଇଥିଲା ତାଂକ ସାହିତ୍ୟର କ,ଖ,ଗ ପାଠ ଓ ବର୍ଣବୋଧର ମଡାଣ | ସେ ପ୍ରଥମେ କବିତାରେ ଏକ ସନ୍ଦିଗ୍ଧ ପ୍ରେମପଣକୁ ପ୍ରସସ୍ତ ରୂପେ ବିସ୍ତାର କରିଥିଲେ, ଯେଉଁଠି ପ୍ରେମ ଅଧିକଥିଲା ଦେହଦଗ୍ଧ ଓ ଶବ୍ଦମାନେ ତହିଁ ସୂତ୍ରେ ଥିଲେ ଖୁବ୍ ବିଦଗ୍ଧ | ସେଠି ଜହ୍ନରାତି , ନଈପଠା ,ଫୁଲ ,ଫଗୁଣର ବେଶ୍ ଭାବେ ଆବିର୍ଭାବ କୋମଳ ଶୃଂଗାରର ଛୁଆଁରେ ଗୋଟେ ବିଦଗ୍ଧ ମାନସିକତାରେ ବେପଥୁ ଆଣିବାପାଇଁ ଯଥେଷ୍ଟ ଥିଲା | ଏସବୁ ତରଳ ରୋମାଣ୍ଟିକ୍ ଭାବାଶ୍ରୟୀ କବିତା 2005 ମସିହାରେ ତାଂକ ପ୍ରଥମ କବିତା ସଂକଳନ…. ” ଆସ ” ର ଫର୍ଦ୍ଦ ଫର୍ଦ୍ଦରେ ଦସ୍ତାବିଜ୍ ପାଲଟି ଯାଇଛନ୍ତି|
ବିବର୍ତିତ କବିତାରୀତି ଓ ନିଜସ୍ୱ ପରିବର୍ତ୍ତିତ ଚୈତନିକ ଅବବୋଧ ଅବଶ୍ୟ ପରବର୍ତ୍ତୀ କବିତାରେ ଦେହର ଉତ୍ତାପକୁ ଏକ ବୌଦ୍ଧିକ ଶୀତତାପ ନିୟନ୍ତ୍ରିତ ଅବସ୍ଥା କୁ ନେଇ କବିତାରେ ବେଶ୍ ରୋଚକ ମୋଡ ଆଣିଛି |ଦୃଷ୍ଟିଭଂଗୀରେ ଆସିଛି ବେଶ୍ କିଛି ନାନ୍ଦନିକସମ୍ମୋହନ|କବିବର ରାଧାନାଥଂକ …”ନୀଳିମାରେ ବାମା ଚାରୁକେଶ ପାଶ / ତୋ ନୀଳ ବୀଚି କୁ କଲା ଉପହାସ ” ପରି କବି ଶୁଭଶ୍ରୀ …ସାଗର ନୀଳ, ଆକାଶ ନୀଳ ଓ ସୁନୀଳ ସମୟ ପ୍ରତି ଖୁବ୍ କାବ୍ୟମନସ୍କ ହୋଇ ପଡିଛନ୍ତି |
କିଛି ନୀଳ ଆକାଶ
କିଛି ନୀଳ ସମୁଦ୍ର
କିଛି ନୀଳ ସମୟ …..ଏତକ ହେଲେ କବି ଶୁଭଶ୍ରୀଂକର ପରମ ଆତ୍ମୀୟ,ଅଗାଧ ବିଶ୍ୱାସ ଓ ଚରମ ସମର୍ପଣର ପ୍ରତିଭୂ|ସବୁ ନୀଳ ଭିତରେ
ସେ ଜୀବନର ଭୋଗବାଦୀପ୍ରାଚୁର୍ଯ୍ୟ ଅପେକ୍ଷା ଅଧିକ ନାନ୍ଦନିକସମ୍ମୋହନ
ରେ ସମ୍ମୋହିତ ହୋଇ ପଡିଛନ୍ତି |ଜୀବନର ଅଭେଦ୍ୟ ସ୍ତରଭେଦରେ ସେ ଜଣେ ସାର୍ଥକ କାବ୍ୟ ଶିଳ୍ପୀ | ତେଣୁ ଅନେକତଃ ତାଂକ କବତାରେ ମାନବିକ ସଂବେଦନଶୀଳତା ଆଳରେ ନାରୀର ପ୍ରଖର ପୀଡାଓ ପୀଡନକୁ କବି ସମର୍ଥନ ଦେଇଛନ୍ତି | ଏତେବେଳେ ଦେହର ରୋମାଣ୍ଟିକ ଆଗ୍ନିକ ଚିତ୍ରଟିକୁ ଖୋଜିଲେ ଆଉ ମିଳେନା ତାଂକ କବିତାରେ | 2010 ରେ ପ୍ରକାଶିତ ….ଆକାଶରେ ଆଜି ଜହ୍ନ ନାହିଁ.. କବିତା ସଂକଳନରେ ତେଣୁ କବିଂକର ମିଶ୍ରିତ ସ୍ୱରଟିହିଁ ଅଧିକ ଉଚ୍ତକିତ ହୋଇଛି | ବେଶ୍ ନିଟୋଳ ବର୍ତ୍ତମାନିକ ଚେତନବୋଧ ଏହାର କବିତା ସମଗ୍ରରେ ଆଚ୍ଛନ୍ନ ହୋଇ ପଡିଛି | ଆଶାବାଦ ଓ ନୈରାଶ୍ୟର ଲୁଚୁକାଳି ଭିତରେ ଜୀବନ କେତେ ମ୍ୟୁହ୍ୟମାନ ତାର ସନ୍ଧିସ୍ଥଳ ହେଉଛି …ଆକାଶରେ ଆଜି ଜହ୍ନ ନାହିଁ…ର କବିତା ସମଗ୍ରର ମୋଟାମୋଟି ଥିମ୍ | ଯେମିତିକି …
ଆଜି ଚିହ୍ନା ଚିହ୍ନା ଲାଗୁଛି ରାତି ,
ଅଚିହ୍ନା ଲାଗୁଛି ପବନ ,
ଆଜି ତିଥି ଅମାବସ୍ୟା ନୁହେଁ ,
କାହିଁକି କେଜାଣି
କାହାରି ଆଖିରେ ଆଜି ନିଦନାହିଁ
ଆକାଶରେ ଆଜିି ଜହ୍ନ ନାହିଁ |
କବି ଶୁଭଶ୍ରୀ ସୃଜନ ମନନ କାବ୍ୟଶିଳ୍ପୀ | ଅନେକ ଖିଆଲି ମୁହୂର୍ତ୍ତକୁ କବିତାକାନିରେ ବାନ୍ଧି ରଖିବାରେ..ସେ କବି ସମର୍ଥା |ଅଖଣ୍ଡ ଆତ୍ମପ୍ରତ୍ୟୟଓ ଭାବ..ଶବ୍ଦର ସୁରେଲା ପଣରେ ସେ ସୁବୋଧ୍ୟ…….ତେଣୁ ଅନେକଂକ ପ୍ରିୟ କବି | ତାଂକ କବିତା ଅନେକତଃ କହିଛି ଏକ ଚିତ୍ରିତ ଲୋଭନୀୟ ପୃଥିବୀର ଦୃଶ୍ୟମୟ କାନଭାସ୍ ର କଥା |ତେଣୁ ଛାଇ ଛାଇକା ଜୀବନର ଅଭେଦ୍ୟ ସ୍ତରକୁ ସେ ପ୍ରବେଶ କରନ୍ତି ଅପୂର୍ବ ଶବ୍ଦ ସାନର୍ଥ୍ୟରେ | ଏକ କଳାତ୍ମକ ସଂପନ୍ନ କବିତାର ପ୍ରସିଦ୍ଧିନେଇ ..ଆକାଶରେ ଆଜି ଜହ୍ନ ନାହିଁ.. କବିତା ସଂକଳନଟି ଇଂରାଜିରେ 2016 ମସିହାରେ …… NIGHT SCAPES …ଶୀର୍ଷକରେ ଅନୂଦିତ ହୋଇଥିଲା | ଏହାର ପ୍ରଥମ କବିତା କୁ ବେଶ୍ ଶ୍ରଦ୍ଧାପଣରେ There is no Moon in the Sky to night ଶୀର୍ଷକରେ ଅନୁବାଦ କରିଥିଲେ ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ କବି ଡକ୍ଟର ଜୟନ୍ତ ମହାପାତ୍ର | 2007 ମସିହାରେ .. ସେ …ଭଳି ଏକ ବିଚିତ୍ର ନାମରେ କବିତା ସଂକଳନଟିଏ ପ୍ରକାଶ ପାଇଥିଲା ଶୁଭଶ୍ରୀଂକର |ଏଥିରେ ସେଇ ରେମାଣ୍ଟିକ୍ ସ୍ୱର ଶୃଂଗାରାଚ୍ଛନ୍ନ ମନନଶୀଳତାରେ ଉଚ୍ଛଳ ହେବାସହ କିଛି ସାମାଜିକଅଂଗୀକାରକୁ ବି ଆରୋପଣ କରାଯାଇଥିଲା|2013 ରେ ଶୁଭଶ୍ରୀଂକର ଅନ୍ୟଏକ ଚର୍ଚିତ କବିତା ସଂକଳନ ଭାବେ ପ୍ରକାଶ ପାଇଥିଲା …ଚିତ୍ରରାତି | ଏଥିରେ ଶୁଭଶ୍ରୀଂକ ବିବର୍ତିତ କାବ୍ୟ ସ୍ୱର ଲକ୍ଷଣୀୟ ଭାବେ ବାରିହୋଇ ପଡିଛି | ଜହ୍ନରେ ଶୃଂଗାର ନାହିଁ, ଫଗୁଣରେ ପୁଲକ ନାହିଁ ,ମଳୟରେ ମହକ ନାହିଁ , ତେବେ ଏଥିରେ ଯାହା ଅଛି ତାହାହେଉଛି ବିଷାଦିତ ବ୍ୟର୍ଥତାର ବେଶ୍ ନିଷ୍ଠୁର ବିଶ୍ଳେଷଣ |
ଏଥିରେ ପର୍ଯ୍ୟାପ୍ତ ବିଷାଦ ସତ୍ତ୍ୱେ କବି ଖୋଜିଛନ୍ତି ଏକ ରୋଚକଜୀବନର ବୈଭବ | ବିପୁଳ ଅନ୍ଧାର ସତ୍ତ୍ୱେ ବତୀଘରର ଅନ୍ୱେଷଣ ପାଇଁ ଉଦ୍ବେଗ ସହଜେ ଏହାର କବିତା ସମଗ୍ରରୁ ଲକ୍ଷ କରିହୁଏ | 2018 ରେ ଶୁଭଶ୍ରୀ ଙ୍କର ଏ ଯାବତ୍ ଶେଷ କବିତା ଗ୍ରନ୍ଥ ଭାବେ ପ୍ରକାଶିତ ହୁଏ ….ସେଇ ଶବ୍ଦ ମାନେ | ପୂର୍ବୋକ୍ତ କବିତା ଗୁଡିକ ଠାରୁ ଏ କବିତା ପୁସ୍ତକସ୍ଥ କବିତା ଗୁଡିକର ସ୍ୱର ବେଶ୍ ସୈଦ୍ଧାନ୍ତିକ, ତେଣୁ କବି ପ୍ରତ୍ୟୟ ଏଠି ସଶକ୍ତ ଓ ଶାଣିତ | ଶବ୍ଦ ମାନେ ଆକ୍ରଣାତ୍ମକ, ଭାବମାନେ ଦାୟବଦ୍ଧ | ଏଠି ଫେମି ନିଜିମ୍ ବି ବଂଚିଥିବାର ପ୍ରତୀତି ଦିଏ |ଅଜସ୍ର ଅକୁହା କଥାରେ କବିତାକୁ ପୁଲକିତ କରିବାର କଳା ଶୁଭଶ୍ରୀଂକୁ ବେଶ୍ ଜଣା | ସେଠି କ୍ଳାନ୍ତି ନାହିଁ , ଏକ ମଦ୍ ହୋସ୍ ପ୍ରାଣସତ୍ତାରେ ତାଂକ କବିତା ଶବ୍ଦର କୋଣାର୍କ ହିଁ ପାଲଟି ଯାଇଛି | ଯେମିତି …
ଫି ଥର ଦେଖାହେଲେ
କଂପୁଥିବା ଥର ଥର ଓଠରେ ସେ
ମୋ ଓଠକୁ ଚୁମେ ,
କହେ ଗୋଟେ ଛୋଟ ହୁଲିଡଂଗା ନେଇ
ଏଥର ସେ ସମୁଦ୍ର ବିଜୟରେ ବାହାରି ପାରେ |
ଆହା..କେତେ ସୁତୀବ୍ର ସେ ଚୁମ୍ବନର ଚୌକସ ସମାବର୍ତ୍ତନ , ଯିଏ ଗୋଟେ ଅର୍ଥପୂର୍ଣ ପୁଲକରେ ସାଧାରଣକୁ ଅସାଧାରଣ ହେବାର ପ୍ରତ୍ୟୟ ଦିଏ, ବଳଦିଏ ,ପୁରୁଷାର୍ଥ ଦିଏ | ଏ ଅସ୍ତିତ୍ୱ ଅସାର ନୁହେଁ କି ଏଡିଯିବାର ପ୍ରବଣତା ରଖେନାହିଁ | ଚମତ୍କାର କବି ଚମତ୍କାର , ତୁମର ଏ ଲକ୍ଷିତ ଅବବୋଧ କୁ | ଏହାର ଦୀର୍ଘାୟୁ କାମନା କରାଯାଇପାରେ |କବିତା ସଂରଚନା ବାଦ୍ ସେ ଦୂରଦର୍ଶନର ସଂଯୋଜିକା ,ଉଦ୍ଘୋଷିକା ଓ ଓଡିଶାରେ ସାହିତ୍ୟ କ୍ଷେତ୍ରରେ ଏକ ନୂତନ ଆନ୍ଦୋଳନ ତିଆରିବାରେ ସମ୍ବାଦ ସାହିତ୍ୟ ଘରର ସଂଯୋଜିକା .ଯାହା ମାଧ୍ୟମରେ ତାଂକ ସାମାଜିକ ସଂଗଠନ ଓ ସାରସ୍ୱତ ପ୍ରଶସ୍ତିକି ସେ ପର୍ଯ୍ୟାପ୍ତ କରି ପାରିଛନତି | କନକ ଟିଭିରୁ ଆରମ୍ଭ ତାଂକ ସେଲିବ୍ରିଟି ଭୂମିକା ତାଂକୁ ଅନେକ ସମୟରେ ଚର୍ଚାରେ ରଖିଛି | ତାଂକର ସାଂଗଠନିକ ବ୍ୟକ୍ତିତ୍ୱ ବେଶ୍ ଲକ୍ଷଣୀୟ |2଼008 ମସିହାରେ ସେ ବାଲେଶ୍ୱରର ପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଫକୀର ମୋହନ ସାହିତ୍ୟ ସଂସଦର ସଂପାଦିକା ଥାଇ ସଂସଦର ପ୍ଲାଟିନମ୍ ଜୁବଲି କାର୍ଯ୍ୟକ୍ରମକୁ ସଫଳ କରାଇ ଥିଲେ |
ଅତୀତରେ ସେ କେନ୍ଦ୍ରସାହିତ୍ୟ ଏକାଡେମୀ ଓ ଓଡିଶାସାହିତ୍ୟ ଏକାଡେମୀର ପ୍ରତିନିଧିତ୍ୱ ମଧ୍ୟ କରିଛନ୍ତି | କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାୟୋଜିତ ବହୁଭାଷୀ କବି ସମ୍ମିଳନୀ ପାଇଁ…ୱେବ୍ ଲାଇନ୍ ଲିଟରେଚର୍ ରେ ଅଂଶ ଗ୍ରହଣ ପାଇଁ ସେ ମଧ୍ୟ ମନୋନୀତ ହୋଇଛନ୍ତି |ସେ ବିଭିନ୍ନ ସାରସ୍ୱତ ମଂଚ ଓ ସାଂସ୍କୃତିକ ଅନୁଷ୍ଠାନରୁ ସଂଖ୍ୟାଧିକଥର ପୁରସ୍କୃତ, ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି| ବଲାଂଗୀରର ନିଦାଘୋତ୍ସବ..2 ମଂଚରୁ ସେ ସମ୍ମାନିତ ହେବା ସହ ରାଜ୍ୟବାହାରୁ ଆପଣାର ପ୍ରଲଂବିତ ସାଧନାପାଇଁ ମଧ୍ୟ ସଂବର୍ଧିତ ହୋଇଛନତି |ଏତଦ୍ୃଭିନ୍ନ..2002ରେ ଫକୀରମୋହନ ସାହିତ୍ୟ ପରିଷଦ ସମ୍ମାନ,ସିଂହଭୂମିରୁ ..2002ରେ …ସରୋଜିନୀ ଦେବୀ ସମ୍ମାନ , ସମ୍ବାଦ ସାହିତ୍ୟଘରର ଦଶନ୍ଧି ବ୍ୟାପୀ ରାଜ୍ୟ ସଂଯୋଜିକା ଭାବେ କାର୍ଯ୍ୟ ନିର୍ବାହରେ ସଫଳତା ପାଇଁ ଆନ୍ଧ୍ର ରାଜ୍ପାଳଂକ ଠାରୁ ସେ ସମ୍ମାନ ଓ ମାନପତ୍ର ମଧ୍ୟ ପ୍ରାପ୍ତ ହୋଇଛନ୍ତି | ଏ ତାଲିକା ବେଶ୍ ଦୀର୍ଘ ମଧ୍ୟ |

ଏ ସବୁ ବିବିଧ ବ୍ୟସ୍ତତାର ସଫଳ ସ୍ୱର ହେଉଛନ୍ତି ଡକ୍ଟର ଶୁଭଶ୍ରୀ ଲେଂକା | ତେବେ ଉତ୍ତର ଆଧୁନିକ ସିହିତ୍ୟର ବିସ୍ତାର ବ୍ୟାପରରେ ତାଂକ ଉଦ୍ୟମକୁ ଯେତେ ପ୍ରଶଂସା କଲେ କମ୍ ହେବ | ସଂବାଦ ସାହିତ୍ୟ ଘରର ସଫଳ ସଂଯୋଜିକା ଭାବେ ସେ ଆମ ସାହିତ୍ୟ ବିସ୍ତାରକୁ ଏକ ବିସ୍ମୟ ସ୍ତରକୁ ନେଇଯାଇଛନ୍ତି… ଏହା ନିଷ୍ପକ୍ଷ ଭାବେ କହିବାକୁ ପଡେ |ଏଭଳି ସାରସ୍ୱତ ପ୍ରତିବେଦିତ ବ୍ୟକ୍ତିତ୍ୱଂକୁ ସାହିତ୍ୟ ଏକାଡେମୀକୁ ରାଜ୍ୟ ସରକାର ମନୋନୀତ କରିବା ବେଶ୍ ସ୍ୱାଗତଯୋଗ୍ୟ

ଆଲେଖ୍ୟ : ଡକ୍ଟର ନୃସିଂହ ଷଡଂଗୀ,କଟକ, 9937222122

About Ashok Palit

Ashok Palit has completed his graduation from Upendranath College Soro, Balasore and post graduation from Utkal University in Odia Language and literture.. He has also carved out a niche for himself as a scribe of eminence after joining the profession in 1988. He is also an independent media production professional. He brings loads of experience to Advanced Media, Ashok Palit as a cineaste has been active in film criticism for over three decades. As a film society activist, he soared to eminence for his profound commitment to the art film appreciation and aesthetics of cinema. His mode of discourse is often erudite but always lucid and comprehensible marked by a perfect acumen so rare in the field. A film aesthete with an immense fond of critical sensibilities, he wrote about growth and development of odia cinema in New Indian Express, The Times of India, The Hindustan Times, The Asian Age and Screen. He has been working as an Editor for Cine Samaya from 2002-2004.. He had made solid contribution on cinema in many odia Dailies and weekly such as Samaj, Prajatantra, Dharatri, Samaya, Satabadi, and weekly Samaya.

Leave a Reply

Your email address will not be published.

x

Check Also

electricity-tower-750x430

Electricity Consumers To Pay More In Odisha From October 1

Bhubaneswar24/9/20: Electricity consumers in Odisha will have to pay more towards power bills as the Odisha Electricity Regulatory Commission (OERC) today approved a hike in energy tariff by 20 paise per ...